Utkal Parikrama ru Seva Niketan jae jatra

 


"ସେବା ନିକେତନ" ର ମୂଳଦୁଆ ହୁଏତ ଅନେକ ଦିନରୁ ପଡି ସାରିଥିଲା I ଏହି ଯାତ୍ରା 2023 ଅକ୍ଟୋବରରେ "ଉତ୍କଳ ପରିକ୍ରମା" ଅଭିଯାନରୁ ଆରମ୍ଭ ହୋଇଯାଇଥିଲା I  ଏହି ସମୟରେ ଅନେକ ବନ୍ଧୁଙ୍କୁ ନେଇ ବାଇକ ମାଧ୍ୟମରେ ସାରା ଓଡିଶା ପରିକ୍ରମା କରିବାର ଯୋଜନା କରାଯାଇ ଏହାର ଶୁଭାରମ୍ଭ ହୋଇଥିଲା, ଯେଉଁ ଯାତ୍ରା ଯାଜପୁର ଠାରୁ ଆରମ୍ଭ ହୋଇ ଓଡ଼ିଶାର ସବୁ ଜିଲ୍ଲାକୁ ପରିକ୍ରମା କରି କେନ୍ଦ୍ରାପଡା ଠାରେ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା I ଏହି ପରିକ୍ରମାର ସ୍ଲୋଗାନ ଆମେ ରଖିଥିଲେ "ଶୁଣିବା, ବୁଝିବା ଓ କରିବା" I ଏହି ପରିକ୍ରମା ମାଧ୍ୟମରେ ବିଭିନ୍ନ ସ୍କୁଲ, କଲେଜ, କମ୍ୟୁନିଟି ସହିତ ମିଶିବା ସହିତ ସେମାନଙ୍କ କଥା, ସମସ୍ୟା ଓ ସେମାନଙ୍କର ଠାରୁ ସମାଧାନର ସୂତ୍ର ବିଷୟରେ ଶୁଣିବା ପାଇଁ ଆମେ ଯୋଜନା କରିଥିଲେ ଏବଂ ଏହି ଅନୁସାରେ ଓଡ଼ିଶାର ଅନେକ ଜିଲ୍ଲା ଆମେ ବୁଲି ବୁଲି ଲୋକମାନଙ୍କ କଥା ପ୍ରଥମେ ଶୁଣିଥିଲେ I ଯଦିଓ କୌଣସି କାରଣ ବଶତଃ ଏହି ପରିକ୍ରମା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଆମେ କଭର କରିପାରିନଥିଲେ କିନ୍ତୁ ଏହା ଆଶାତୀତ ସଫଳତା ଦେଇଥିଲା I 



ଉତ୍କଳ ପରିକ୍ରମାର ରୋଡ଼ ମ୍ୟାପ 

ଏହା ପରେ ଆମେ ସମସ୍ତେ ସ୍ଥିର କରିଥିଲେ ଏହାର ନାମ ଏବେ ପରିବର୍ତ୍ତନ କରି "ଆମ ପ୍ରସଙ୍ଗ" ରଖିବା ଏବଂ ଯୁବବର୍ଗକୁ ବିଭିନ୍ନ ରୋଜଗାର ପନ୍ଥା ଏବଂ ସୂଚନା ଅଧିକାର ଉପରେ ସୂଚନା ପ୍ରଦାନ କରିବା I ବିଗତ ଦିନ ମାନଙ୍କରେ ଏହି ଗୃପ ମାଧ୍ୟମରେ ବିଭିନ୍ନ ନିଯୁକ୍ତି, ଆତ୍ମନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଆଦି ଆମେ ପୋଷ୍ଟ କରିଛନ୍ତି ଯାହାର ସୁଯୋଗ ଅନେକ ପିଲା ନେଇ ସେହି ସବୁ ସଂସ୍ଥାରେ ଆବେଦନ କରି ଚାକିରୀ କରିଛନ୍ତି, ଅନେକ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଇ ନିଜର ରୋଜଗାର ମାଧ୍ୟମ ଆରମ୍ଭ କରିଛନ୍ତି I ଏହା ବ୍ୟତୀତ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସୂଚନାଅଧିକାର ଆଇନ, ସରକାରୀ ଯୋଜନା, ଗ୍ରାମପଞ୍ଚାୟତ ନିୟମ ବିଷୟରେ ଲୋକମାନଙ୍କୁ ଅବଗତ କରାଇଛନ୍ତି I 

2025 ଫେବୃଆରୀ ମାସରେ ଏହାର ନାମକୁ "ସେବା ନିକେତନ ଫାଉଣ୍ଡେସନ" ନାମରେ ପଞ୍ଜିକୃତ କରି ଆମେ ଏହାର ଏକ ଅଫିସିଆଲ ମାନ୍ୟତା ପ୍ରଦାନ କରିଛନ୍ତି I ଏହି ନାମରେ ଇମେଲ, ସୋସିଆଲ ମିଡ଼ିଆ ପେଜ ଆଦି ମଧ୍ୟ କରି ସାରିଛନ୍ତି I ଏହି ନାମରେ ଏବେ ଠାରୁ ଆମେ ପରିଚିତ ହେବା ଏବଂ ଆମର ଲକ୍ଷ୍ୟ ପ୍ରାପ୍ତି କ୍ଷେତ୍ରରେ କାମ କରିବା I କେବଳ ଦୁଇଟି ଉଦ୍ଦେଶ୍ୟ ନେଇ ଏବେ କାମ ଆରମ୍ଭ କରିବା, ପ୍ରଥମତଃ ସଶକ୍ତିକରଣ ବା empowerment ଏବଂ ଅନ୍ୟଟି ସ୍ୱାବଲମ୍ବନ I ଏକ ସମୟରେ ଆମେ ବିଭିନ୍ନ ସୂଚନା ଏବଂ ପ୍ରଶିକ୍ଷଣ ପ୍ରଦାନ କରି ଗୋଟିଏ ପଟେ ଲୋକମାନଙ୍କୁ ସଶକ୍ତ କରବା, ଜାଗୃତ କରାଇବାର କାମ କରିବା ଏବଂ ଅନ୍ୟ ପଟେ ଯୁବବର୍ଗକୁ ବିଭିନ୍ନ ସ୍ୱାବଲମ୍ବନର ମାର୍ଗ ଦେଖାଇବା, ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଗାଇଡ଼ କରିବା ଯାହା ଦ୍ୱାରା ସେମାନେ ରୋଜଗାରକ୍ଷମ ହେବା ସହିତ ଆତ୍ମସମ୍ମାନର ସହିତ ଜୀବନ ନିର୍ବାହ କରିପାରିବେ I 

ଧନ୍ୟବାଦ 

ଶତାବ୍ଦୀ ମହାନ୍ତି (ସଂଯୋଜିକା- ସେବା ନିକେତନ)

ନିହାର ରଞ୍ଜନ ଓଝା (ଆବାହକ - ସେବା ନିକେତନ)  

Post a Comment

Previous Post Next Post