ଚାଲ ପଞ୍ଚାୟତ ଅଭିମୁଖେ

 


"ସେବା ନିକେତନ"  ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ସୂଚନା ଓ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତିକରଣ କରିବା I ଏହି ଅବସରରେ 2024 ଜାନୁୟାରୀ ମାସରେ ସେବା ନିକେତନର ପୂର୍ବ ନାମ  "ଆମ ପ୍ରସଙ୍ଗ" ଦ୍ୱାରା ସାରା ଓଡ଼ିଶାରେ କେମିତି ଲୋକ ମାନେ ଅଧିକରୁ ଅଧିକ ଗ୍ରାମସଭାକୁ ଯିବେ, କେମିତି ସେମାନଙ୍କର ସହଭାଗିତା ଗ୍ରାମସଭାରେ ଅଧିକରୁ ଅଧିକ ବଢିବ ଏଥିପାଇଁ "ଚାଲ ପଞ୍ଚାୟତ ଅଭିମୁଖେ" ଅଭିଯାନ ଆରମ୍ଭ କରାଯାଇଥିଲା I 

ଗୋଟିଏ ଆହ୍ୱାନରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରାଗଲା I ଏଥିପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟର ଆମେ ଡିଜାଇନ କରିଲେ ଯାହାକୁ ଆପଣ ମାନେ ହ୍ଵାଟ୍ସଆପରେ 21ଟି ଗ୍ରୁପ କରି ଏହାର ପ୍ରଚାର ପ୍ରସାର କରିଲେ I ଫେସବୁକ, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ ମାଧ୍ୟମରେ ଆପଣ ମାନେ ଅନେକ ସେଆର କରିଥିଲେ I ଦେଖୁ ଦେଖୁ ଏହା ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ଏମିତି ପକାଇଲା ଯାହା ଦ୍ୱାରା ଲୋକମାନେ ଏହି ବିଷୟରେ ପଞ୍ଚାୟତ ଅଧିକାରୀ ଏବଂ ନିର୍ବାଚିତ ସଭ୍ୟ ମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଲେ I 


ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ଅଞ୍ଚଳରେ ଏହାକୁ ପ୍ରିଣ୍ଟ କରି ଲୋକ ମାନଙ୍କୁ ଆପଣ ମାନେ ବାଣ୍ଟିଲେ ଏବଂ କାନ୍ଥରେ ଲଗାଇଲେ I ଏହା ଦ୍ୱାରା ଅଧିକରୁ ଅଧିକ ନାଗରିକ ସଚେତନ ହୋଇ ପାରିଲେ I 



ଆଗାମୀ ଦିନରେ ଏହାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ନିୟମିତ ମିଟିଙ୍ଗ, ଅନଲାଇନ ବୈଠକମାନ ଆୟୋଜନ କରାଯାଉଛି ଏବଂ ଏହା ଚାଲୁ ରହିବ ମଧ୍ୟ I 

ଆପଣ ମାନଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ 

ଶତାବ୍ଦୀ ମହାନ୍ତି (ସଂଯୋଜିକା- ସେବା ନିକେତନ)
ନିହାର ରଞ୍ଜନ ଓଝା (ଆବାହକ - ସେବା ନିକେତନ) 


Post a Comment

Previous Post Next Post